ପୃଥିବୀପୃଷ୍ଠରେ ଅବତରଣ କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ତାଙ୍କର ତିନିଜଣ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହିତ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ “ଗ୍ରେସ୍” ଯୋଗେ ଫେରିଛନ୍ତି । ଶୁଭାଂଶୁ ଏବଂ ତାଙ୍କ ଟିମ୍‌କୁ ବହନ କରୁଥିବା କ୍ୟାପସୁଲ୍‌ଟି ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନରେ କାଲିଫର୍ଣ୍ଣିଆ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲା । ତେବେ ତାଙ୍କ ପରିବାର ଓ ଦେଶବାସୀଙ୍କ ନିକଟରେ ସେ ପହଞ୍ଚିବାକୁ ଆହୁରି କିଛି ସମୟ ଲାଗିବ ।

ସ୍ପ୍ଲାଶଡାଉନ୍ ପରେ, ଉଦ୍ଧାରକାରୀ ଦଳ ସେମାନଙ୍କୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରକୁ ଆଣିବେ । ପହଞ୍ଚିବା ପରେ ଶୁଭାଂଶୁ ଏବଂ ତାଙ୍କ ସାଥୀମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ଏବଂ ସେମାନେ ପୃଥିବୀର ମାଧ୍ୟାକର୍ଷଣ ସହିତ ପୁଣି ଥରେ ଅଭ୍ୟସ୍ତ ହେବା ପାଇଁ ଏକ ସାତ ଦିନିଆ ପୁନର୍ବାସରେ ରହିବେ । ISSରେ ଥିବା ସମୟରେ ଶୁଭାଂଶୁ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ, ଯାହା ଭାରତର ମହତ୍ତ୍ୱାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଐତିହାସିକ ମିସନ୍ ସମୟରେ ଶୁଭାଂଶୁ ଆଇଏସ୍ଏସ୍‌ରେ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଏଥିରେ ଇସ୍ରୋ ଦ୍ୱାରା ପରିଚାଳିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ ମଧ୍ୟ ସାମିଲ ଅଛି । ତାଙ୍କର ଏହି ମିସନ୍ ଭାରତର ଆଗାମୀ ମାନବ ମହାକାଶ ମିସନ୍ “ଗଗନଯାନ” ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)