ବଳଙ୍ଗାରେ ନାବାଳିକାର ଚିକିତ୍ସା ପାଇଁ ୧୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ।

ବଳଙ୍ଗାରେ ନାବାଳିକା ଝିଅକୁ ଜାଳିଦେବା ଘଟଣାରେ ୧୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ନାବାଳିକାଙ୍କ ଚିକିତ୍ସା ପାଇଁ ୧୪ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି । ପୁଲିସର ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ୬ ଜଣିଆ ଲେଖାଏଁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଏହାଛଡ଼ା ବଳଙ୍ଗା-ହରିପୁର ମୁଖ୍ୟରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି । ପରିବାରର ୪ଟି ମୋବାଇଲ ଜବତ କରାଯାଇଛି । ଝିଅ ସାଙ୍ଗଙ୍କ ୨ଟି ମୋବାଇଲ ଜବତ ହୋଇଛି ।

ବଳଙ୍ଗା ନାବାଳିକା ପୋଡ଼ିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଚାଲିଛି ପଚରାଉଚରା । ଅତିରିକ୍ତ ଏସ୍‌ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନି । ଏମ୍‌ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍‌ସ ଡାକ୍ତର ସୂଚନା ଦେଇଛନ୍ତି । ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)