ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ଅପଡେଟ୍ !

ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଛି ବଡ଼ ଅପଡେଟ୍ । ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ, ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ଏକ ସାଇକେଲରେ ଯାଇ ନିକଟ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ଆଣିଥିଲେ । ପେଟ୍ରୋଲ ବୋତଲ ଥିବା ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ରୁମକୁ ଯାଇଥିଲେ, ଯେଉଁଠି କଲେଜ ଅଧ୍ୟକ୍ଷଙ୍କ ସହ ବିଭାଗର ଏଚଓଡିଙ୍କ ସହ ଅନ୍ୟ ଛାତ୍ରମାନେ ଉପସ୍ଥିତ ଥିଲେ । ସେଠାରୁ ବାହାରକୁ ଆସି କଲେଜ୍ ଗେଟ୍ ପାଖରେ ନିଜେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ଏହା ପୂର୍ବରୁ କିନ୍ତୁ ଅନ୍ୟ ଜଣେ ଛାତ୍ରୀ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିବା କଥା କହିଥିଲା କ୍ରାଇମବ୍ରାଞ୍ଚ ଏବଂ ତାଙ୍କର କିଛି ସହଯୋଗୀ ଆତ୍ମଦାହ ପାଇଁ ତାଙ୍କୁ ପ୍ରରୋଚିତ କରିଥିବା କଥା ମଧ୍ୟ କୁହାଯାଇଥିଲା । ଏହି ଘଟଣାରେ ତାଙ୍କ ସହଯୋଗୀ ଥିବା ଦୁଇ ଛାତ୍ର ଜ୍ୟୋତିପ୍ରକାଶ ଓ ଶୁଭସମ୍ୱିତ ନାୟକଙ୍କୁ ଗିରଫ କରାଯାଇଛି । ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବାରୁ ଏମାନଙ୍କୁ ଗିରଫ କରାଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)