ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ଲଗାଣ ବର୍ଷା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ଅଛି | ବର୍ଷା ସହ ଘନ କୁହୁଡି ପଡ଼ିବାର ଆଶଙ୍କା କରାଯାଉଛି ।ତେବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ପାଇଁ 24 ଓ 25 ତାରିଖ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି । ବର୍ଷା ପାଇଁ 7 ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା । ସେହିପରି ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା । ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ । ସେହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡି ।୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା । ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)