ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ, ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ ।

ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ବଲାଙ୍ଗିରରେ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇପଡ଼ିଛି । ଏହି ଅବସରରେ ଗୁରୁବାର ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ଏଥିପାଇଁ ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରୁ ନବାନ୍ନ ଅଣାଯାଇଥିଲା ।

ସେହିପରି ବଲାଙ୍ଗୀରରେ ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ନିକଟରେ ବି ନବାନ୍ନ ଲାଗି ହୋଇଛି । ନୂଆଖାଇ ପାଇଁ ସମଲେଶ୍ଵରୀ ପୀଠ ଉତ୍ସବମୁଖର ହୋଇପଡ଼ିଛି । ଘଣ୍ଟବାଦ୍ୟରେ ଦୁଲୁକୁଛି ମା’ଙ୍କ ପୀଠ । ଘରେ ଘରେ ପିଠାପଣାର ଆସର ଜମିଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ମା’ ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସପରିବାରଙ୍କ ସହ ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)