ସ୍ଥାନାନ୍ତର ହେବ ୪୨ ବର୍ଷର ହୁଣ୍ଡି, ନାଟମଣ୍ଡପରେ ଚାଲିଛି ଜାଗା ଖୋଜା । ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ । ସେପ୍ଟେମ୍ବର ୧୫ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ନେଇ କୁହାଯାଇଥିବା ବେଳେ ଏହି ହୁଣ୍ଡି ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଇ ଏହାକୁ ହଟାଇବାକୁ ସ୍ଥିର ହୋଇଛି । ଏଥିପାଇଁ ନାଟମଣ୍ଡପରେ ଜାଗା ଖୋଜା ଚାଲିଛି । ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତମାନେ ଧାଡ଼ିରେ ବାରିକେଡ୍ ଦେଇ ଯିବେ । ଅର୍ଥାତ୍ ନାଟମଣ୍ଡପରେ ବାରିକେଡ୍ ବ୍ୟତିତ ଅନ୍ୟ କୌଣସି ସ୍ଥାନକୁ ଯାଇ ପାରିବେନି ଭକ୍ତ । ସାତପାହାଚ ଦେଇ ପ୍ରବେଶ କରିବେ ଏବଂ ଘଣ୍ଟି କିମ୍ବା ପଣ୍ଡାଦ୍ୱାର ଦେଇ ବାହାରିବେ । ଏପରିକି ଗରୁଡ଼ସ୍ତମ୍ଭକୁ ମଧ୍ୟ ଛୁଇଁପାରିବେ ନାହିଁ । ଏଣୁ ଧାଡ଼ିରେ ବାରିକେଡ୍ ଦେଇ ଯିବା ବେଳେ ଭକ୍ତଙ୍କ ହାତ ପାହାନ୍ତାରେ ଯେଭଳି ହୁଣ୍ଡି ରହିବ ତାହା ନିଶ୍ଚିତ ହେବା ଜରୁରି । ନଚେତ୍ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦାନ କରିବାରୁ ବଞ୍ଚିତ ହେବେ । ସେଥିପାଇଁ ଏକ ସ୍ୱତନ୍ତ୍ର ଜାଗା ଖୋଜା ଚାଲିଛି । ଯେଉଁଠି ଏହି ହୁଣ୍ଡି ପ୍ରତ୍ୟେକ ଭକ୍ତଙ୍କ ହାତପାହାନ୍ତାରେ ରହିବ ଏବଂ ସାଧାରଣ ଦର୍ଶନରେ କୌଣସି ବିଶୃଙ୍ଖଳା ହେବ ନାହିଁ । ଉଭୟ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଦୁଇଟି ଜାଗା ଚିହ୍ନଟ କରିଛନ୍ତି । ଏଥିରୁ ଗୋଟିଏ ଜାଗା ସ୍ଥିର କରାଯିବ ବୋଲି ଜଣାପଡ଼ିଛି ।
ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ୪୨ ବର୍ଷ ହୁଣ୍ଡିର ସ୍ଥାନାନ୍ତର; ଧାଡ଼ି ଦର୍ଶନରେ ବାଧା ସୃଷ୍ଟି ହେବାରୁ ସ୍ଥାନାନ୍ତର ।












Leave a Reply