ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ।

ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ୱାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି । ରବିବାର ଚନ୍ଦ୍ର ଗ୍ରହଣ ଥିବାରୁ ଏହା ପୂର୍ବ ଦିନ ଅର୍ଥାତ୍ ଶନିବାର ରାତ୍ର ୨ଟାରେ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି, ୨ଟା ୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି କାନ୍ତି ବଢିବ । ସକାଳ ୫ଟା ରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୧୨ ଟା ୩୦ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଅନୁଷ୍ଠିତ ହେବ । ଏହାପରେ ମଇଲମ ତଡପଲାଗି ହୋଇ ଭିତର କାଠ ଦର୍ଶନ ହେବ । ଏହାରି ଭିତରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଗ୍ରହଣ ସ୍ପର୍ଶ ରାତ୍ର ୯ଟା ୫୭ ମିନିଟ ୨୨ ସେକେଣ୍ଡ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଗ୍ରହଣଭୋଗ ଆଦି ନୀତି ସରିବା ପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)