ନବନିର୍ବାଚିତ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍‌ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ । ୪୫୨ ଭୋଟରେ ବିଜୟୀ ହୋଇ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ୬୭ ବର୍ଷୀୟ ରାଧାକୃଷ୍ଣନ, ଯିଏ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ, ସେ ଏବେ ଉପରାଷ୍ଟ୍ରପତି ପଦ ଗ୍ରହଣ କରିବେ । ଏହି ଅବସରରେ ନବନିର୍ବାଚିତ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍‌ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶୁଭେଚ୍ଛା ଜଣେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କର ଗଭୀର ପ୍ରଶାସନିକ ଅଭିଜ୍ଞତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଗଭୀର ପ୍ରତିବଦ୍ଧତା ସଂସଦ ତଥା ଦେଶର ମର୍ଯ୍ୟାଦା ଓ ଗରିମାକୁ ବୃଦ୍ଧି କରିବ। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବିରେ ଦେଶର ସେବା କରିବା ନିମନ୍ତେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା ।

ସୂଚନା ଅନୁସାରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । ଗତକାଲି ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଯେଉଁଥିରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)