‘ଆମ ବସ୍’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ ରହିଛି । ଠିକ୍ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ହୋଇ ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର କର୍ମଚାରୀ ।
ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକା ଇ- ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି।












Leave a Reply