ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରରୁ ବାହାରି କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ସର୍କିଟ୍ ହାଉସ୍ରେ ଏବଂ ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ସେଠାରେ ‘ଜିରୋ ଆକ୍ସିଡେଣ୍ଟ ଡେ’ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହାପରେ ସେଠାରେ ଡିଏମ୍ଏଫ୍ ମିଟିଂରେ ଯୋଗଦେବେ । ବୈଠକ ଶେଷ ହେବା ପରେ ଅପରାହ୍ନରେ କେନ୍ଦୁଝର ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ରେ ରାଜ୍ୟ ପୁଲିସ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ କାର୍ଯ୍ୟକ୍ରମରେ ଯୋଗଦେବେ । ସବୁ କାମ ସରିବା ପରେ ରାତିରେ ସର୍କିଟ୍ ହାଉସ୍ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Leave a Reply