ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ; କାର୍ତ୍ତିକ ମାସ ବ୍ରତର ନୀତି ନିର୍ଘଣ୍ଟ ନେଇ କରାଯିବ ଆଲୋଚନା ।

ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ଆସନ୍ତା ମାସ ତଥା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ବ୍ରତର ନୀତି ନିର୍ଘଣ୍ଟ ଅନୁମୋଦନ, ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ବୈଠକରେ ଆଲୋଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ନିଯୋଗର ମୁଖିଆମାନେ ବସି ନୀତି ଶୃଙ୍ଖଳା ନିମନ୍ତେ ନିଷ୍ପତ୍ତି ନେବେ। ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହେବାକୁ ସ୍ଥିର ହୋଇଛି।

ସୂଚନା ଅନୁସାରେ, ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ । ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତଥାପନ, ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତଥାପନ, ୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)