ଝାରସୁଗୁଡ଼ାର ଯୁବ ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି GST ସଂସ୍କାର ଓଡ଼ିଶା ପାଇଁ ପୂଜା ଭେଟି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭାସ୍ଥଳରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାର ଅମଲିପାଲି ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମା’ ସମଲେଇଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗୌରବର ବିଷୟ । ଏହି ସେବା ପର୍ବ ୫୦ ବର୍ଷ ହେଲା ଦେଶପାଇଁ ସମର୍ପଣ ଭାବ । ପହେଲଗାମ ଅଘଟଣ ପରବର୍ତ୍ତୀ ଅପରେସନ ସିନ୍ଦୂରରେ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ମା’ ପାଇଁ ଗଛଟିଏ ଆହ୍ବାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି। ଲକ୍ଷ୍ୟ ୭୫ ଲକ୍ଷ ଗଛ ଲଗାଇବା ଥିଲା, ଦିନକରେ ଦେଢ଼ କୋଟି ଲଗାଇଲୁ । GST ସଂସ୍କାର ଓଡ଼ିଶା ପାଇଁ ପୂଜା ଭେଟି ସଦୃଶ ହୋଇଛି । ଆପଣଙ୍କ ନେତୃତ୍ବରେ ୧୧ ବର୍ଷର ଶାସନରେ ଦେଶ ଶିଖରରେ ପହଞ୍ଚିଛି । ୨୦୪୫ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ବାନ ସହ ସାମିଲ ହୋଇଛୁ । ଝାରସୁଗୁଡ଼ାର ଅମଲିପାଲି ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଶାପାଲି ଓ ତାରକସିର ନିର୍ମିତ ସ୍ମୁତି ଚିହ୍ନ ଭେଟି ଦେଲେ ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର । ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)