ମା’ଙ୍କ ଆଗମନରେ ଚଳଚଞ୍ଚଳ ରାଜ୍ୟ । ପୀଠରେ ଆଜି ମହାଷ୍ଟମୀ ନୀତି ଏବଂ ମଣ୍ଡପରେ ମହାସପ୍ତମୀ । ଏହି ଅବସରରେ ପ୍ରମୁଖ ଶକ୍ତିପୀଠଗୁଡିକରେ ଆଜି ପ୍ରବଳ ଭିଡ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ୱରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ରେ ମା’ ଶାରଳା, କାକଟପୁର ମା’ ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ପଣ୍ଡିତଙ୍କ ବେଦଧ୍ୱନୀ ସାଙ୍ଗକୁ ହୋମଯଜ୍ଞ, ସପ୍ତସତୀ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୀଠରୁ ମଣ୍ଡପ ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଆଡି ଭିଡ଼ ଜମିଛି । ସକାଳୁ ସକାଳୁ ଉପବାସ ରଖିଥିବା ମହିଳାମାନେ ଲମ୍ବା ଲାଇନରେ ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଭିଡ଼ ଲଗାଇଥିବା ବେଳେ ସଂଧ୍ୟାରେ ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ । ବିରଜାଷ୍ଟମୀ ପାଇଁ ମା’ଙ୍କ ମନ୍ଦିର ସୁନ୍ଦର ଭାବେ ଫୁଲ, ରଙ୍ଗୀନ ଆଲୋକରେ ସାଜସଜ୍ଜା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।












Leave a Reply