ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମାନଗର ଅଞ୍ଚଳରେ ପୀତବାସଙ୍କୁ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା । ବୈଦ୍ୟନାଥପୁର ଥାନା ବ୍ରହ୍ମାନଗରଠାରେ ତାଙ୍କୁ ଗୁଳିମାଡ଼ ହୋଇଛି । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ । ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି ।
ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ । ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ସଂପର୍କରେ ସେ ଖୁଲାସା କରୁଥିଲେ । ପୂର୍ବରୁ ସେ କଂଗ୍ରେସର ପ୍ରବକ୍ତା ଭାବେ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ସେ ଦିନତମାମ ପୀତବାସ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୂର୍ବ ଶତ୍ରୁତା ନା ରାଜନୈତିକ କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ । ଖବର ପାଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ ଅନୀଲ କୁମାରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ମେଡିକାଲରେ ପହଞ୍ଚିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଆଜି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଅଛନ୍ତି । ସ୍ୱର୍ଗତ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ।












Leave a Reply