କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ତେବେ ଆଗକୁ ଆଉ ଅଧିକଙ୍କୁ ଗିରଫ କରାଯାଇପାରେ ବୋଲି ସେ କହିଛନ୍ତି । ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍ ପୋଲିସ କଡ଼ା ଯାଞ୍ଚ କରୁଛି । ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ ଯାଞ୍ଚ କରୁଛି କମିଶନରେଟ ପୋଲିସ ।
କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।












Leave a Reply