ଅକ୍ଷର ବ୍ୟୁରୋ: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ୪ ଦିନ ବିତିଲାଣି । ତଥାପି କିଏ ଏହି ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ସେନେଇ ପୋଲିସକୁ ଏଯାଏଁ କୌଣସି ପତ୍ତା ମିଳିନି । ସବୁ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ୨ ଯବାନଙ୍କ ସମେତ ୭ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍ ପୁଲିସ ସଂଗ୍ରହ କରିଛି । ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା ପୁଲିସ । ତେବେ ସେମାନଙ୍କ ସଂପୃକ୍ତି ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ସୂଚନା ଥାଉକି, କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସଙ୍କୁ ହତ୍ୟା ହୋଇଥିଲା । ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟ ତଦନ୍ତ ଭାର ନେଇଛନ୍ତି । ବୈଦ୍ୟନାଥପୁର, ଟାଉନ୍, ବଡ଼ବଜାର, ନିମଖଣ୍ଡି, ଗୋଳନ୍ଥରା ଥାନାର ବଛା ବଛା ପୁଲିସ ଅଧିକାରୀମାନେ ଏହି ଘଟଣାର ଅପରାଧୀଙ୍କୁ ଧରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସିସିଟିଭି ଫୁଟେଜ୍ ପାଇବା ପରେ ଖୁବ୍ ଶୀଘ୍ର ଅପରାଧୀ ନିକଟରେ ପୁଲିସ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ଦେଶୀ ପିସ୍ତଲରୁ ଗୁଳି କରାଯାଇଥିବା ଜଣାଯାଇଛି । ୬ଟି ଟିମ୍ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି ।
ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ପୁଲିସ ୭ଜଣଙ୍କୁ ଅଟକ ରଖିଥିବା ସୂଚନା ।












Leave a Reply