ପାଣ୍ଡରାଠାରେ ହେବ ବଡ ମାଛ ମାର୍କେଟ; ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅକ୍ଷର ବ୍ୟୁରୋ: ପାଣ୍ଡରାଠାରେ ହେବ ବଡ ମାଛ ମାର୍କେଟ । ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ । ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)