ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ; ୫୮ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା ।

ଅକ୍ଷର ବ୍ୟୁରୋ: ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନାର ଭୟଙ୍କର ଆକ୍ରମଣ । ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ । ୫୮ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା । କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ସୀମାରେ ଯୁଦ୍ଧ ଜାରି । ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ । ଆଫଗାନିସ୍ତାନ ଉପରେ ପାକିସ୍ତାନର ମିଶାଇଲ ମାଡ଼ ପରେ ତାଲିବାନ କଡ଼ା ଜବାବ ଦେଇଛି । ଭାରତକୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ବଢୁଛି ବିବାଦ । ଗତକାଲି ବିଳମ୍ବିତ ରାତିରେ ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ପ୍ରଚଣ୍ଡ ଆକ୍ରମଣ କରିଛି । ଡୁରାଣ୍ଡ ଲାଇନ୍‌ରେ ତାଲିବାନ ଓ ପାକ୍‌ ସେନା ମଧ୍ୟରେ  ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ ଗଣମାଧ୍ୟମ ପ୍ରବଳ ଗୁଳି ବିନିମୟକୁ ନିଶ୍ଚିତ କରିବା ସହ ଅନେକ ମୃତାହତ ହୋଇଥିବା ଖବର ପ୍ରକାଶ କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତିରେ ସୂଚନା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)