ଅକ୍ଷର ବ୍ୟୁରୋ: ଆଜି ବିହାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବିହାରର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିହାର ଗସ୍ତରେ ଯାଇ ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆଦିବାସୀ ପ୍ରବଣ ଜିଲ୍ଲା ବାଙ୍କାଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ନୂଆପଡାରୁ ସିଧା ବିହାର ଗସ୍ତରେ ଯାଇ ଓଡିଶା ଫେରିବେ ମୋହନ ଚରଣ ମାଝୀ ।
ଏପଟେ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ରାଜ୍ୟ ସଭାପତି ରାଜେଶ ରାମଙ୍କୁ କୁଟୁମ୍ବାରୁ ପ୍ରାର୍ଥୀ କରିଥିବା ବେଳେ ଶକିଲ ଅହମ୍ମଦଙ୍କୁ କାଦବାରୁ ପ୍ରାର୍ଥୀ କରାଯାଇଛି । ଶଶାଙ୍କ ଶେଖରଙ୍କୁ ପାଟନା ସାହିବରୁ ଟିକେଟ୍ ମିଳିଛି । କୌଶଳେନ୍ଦ୍ର କୁମାରଙ୍କୁ ନାଳନ୍ଦାରୁ ପ୍ରାର୍ଥୀ କରାଯାଇଛି । ମହାମେଣ୍ଟ ସହ ଆସନ ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା ।
ଏପରିକି ଅନେକ ଥର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । କଂଗ୍ରେସ କେତେ ଆସନରେ ପ୍ରାର୍ଥୀ ଦେବ ତାହା ଏଯାଏଁ ଯଦିଓ ସ୍ଥିର ହୋଇନାହିଁ, କିନ୍ତୁ ଦଳ ୪୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଆରଜେଡି ୧୩୫, କଂଗ୍ରେସ ୬୧, ଭିଆଇପି ୧୬ ଓ ବାମପନ୍ଥୀ ଦଳ ୩୧ଟି ଆସନରେ ଲଢ଼ିପାରନ୍ତି । ତେବେ କିଛି ଆସନରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ସେହିପରି କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ।












Leave a Reply