ଆଜି ସନ୍ଧ୍ୟାରେ ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ କରିବା ଲକ୍ଷରେ ଅଯୋଧ୍ୟା ।

ଅକ୍ଷର ବ୍ୟୁରୋ: ଅଯୋଧ୍ୟାନଗରୀ ରଚିବ ଇତିହାସ । ୨ଟି ଇତିହାସ ରଚିବା ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ କରିବା ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜ ବୁକ ଟିମ୍ । ଏପଟେ କାଲି ସୂର୍ଯ୍ୟ ଆଳତୀ ବେଳେ ଏକାଠି ହୋଇଥିଲେ ୨୧ଶହ ଭକ୍ତ । ଏଥର କ୍ୟୁଆର କୋଡ ଦ୍ୱାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି । ଆଜି ସଂନ୍ଧ୍ୟାରେ ଆୟୋଜିତ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଯୋଗ ଦେବାର ସୂଚନା ରହିଛି । ତେବେ ଦୀପ ପ୍ରଜ୍ୱଳନ ଏବଂ ଆଳତୀ ଗିନିଜ ବୁକରେ ରେକର୍ଡ କରିପାରିବ କି ନାହିଁ ତାହା ଗିନିଜ ବୁକ ଟିମ୍ ପକ୍ଷରୁ ଆଜି ସଂନ୍ଧ୍ୟାରେ ଘୋଷଣା କରାଯିବ । ଦୀପୋତ୍ସବ ୨୦୨୫ର ୯ମ ସଂସ୍କରଣ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ପୁଣି ଥରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ । ପ୍ରଭୁ ରାମଙ୍କ ଆଗମନକୁ ପାଳନ କରିବା ପାଇଁ, ରାମ କି ପୈଦି ସମେତ ୫୬ଟି ଘାଟରେ ଏକକାଳୀନ ୨୬,୧୧,୧୦୧ ଦୀପ ଜଳାଯିବ। ସରୟୁ ନଦୀ କୂଳରେ, ୨୧୦୦ ବେଦଚାର୍ଯ୍ୟ ଏକ ମହାନ ଆରତୀ କରିବେ ଏବଂ ମନ୍ତ୍ର ଜପ କରିବେ, ରାମ ନଗରୀରେ ନୂତନ ଶକ୍ତି ସଞ୍ଚାର କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)