SI ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ପାଇଁ CBIକୁ ସୁପାରିସ ।

ଅକ୍ଷର ବ୍ୟୁରୋ: CBI ତଦନ୍ତ ପାଇଁ ସୁପାରିସ ହୋଇଛି SI ନିଯୁକ୍ତି ସ୍କାମ୍‌ । ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି । ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ପାଇଁ ଶେଷରେ CBI ତଦନ୍ତ ସୁପାରିସ ହୋଇଛି । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି । ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ୍ ମଧ୍ୟ ଖାରଜ ହୋଇଛି । ଦୀପ୍ତିମୟୀଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନଠାରୁ ଉଭୟ ପତି ପତ୍ନୀ ଫେରାର ଅଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସିଆଇଡିକୁ ଦିଆଯାଇଛି । ଏହି ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇ ପାରେ ବୋଲି ତଦନ୍ତରୁ ଜଣାପଡ଼ିଛି । ଏହା ସହିତ ଏହି ଦୁର୍ନୀତିରେ ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)