ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ରରେ ମହାପଞ୍ଚକ ବ୍ରତ ଆରମ୍ଭ । ଏଥର ପାଞ୍ଚ ଦିନ ନୁହେଁ ୪ଦିନ ପଞ୍ଚକ ବ୍ରତ ହେବ । ପଞ୍ଚକରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ଦ୍ଵାରରେ ପ୍ରସ୍ଥାନ କରିପାରିବେ । ମାର୍କେଟ ଛକ ନିକଟରୁ ସ୍ୱତନ୍ତ୍ର ବାରିକେଡ କରାଯାଇଛି । ଶ୍ରଦ୍ଧାଳୁମାନେ ବାରିକେଡ ଦେଇ ସିଂହଦ୍ଵାରରେ ପ୍ରବେଶ କରିବେ । ଭିଡ ନିୟନ୍ତ୍ରଣ ଲାଗି ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫ ନୁହେଁ ଏଥର ୪ ଦିନ ପଞ୍ଚକ । ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ରାସ ପୂର୍ଣ୍ଣମୀରେ ହେବ ଦୁର୍ଲଭ ରାଜରାଜେଶ୍ୱର ବେଶ ଅର୍ଥାତ ସୁନାବେଶ ଅନୁଷ୍ଠିତ ହେବ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି । ଶୃଙ୍ଖଳିତ ଦର୍ଶନ ପାଇଁ ମରଚିକୋଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଯାଇଛି । କାର୍ତ୍ତିକ ଏକାଦଶୀ ବା ବଡ଼ ଏକାଦଶୀରୁ ଆରମ୍ଭ ହେବ ପଞ୍ଚକ । ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିବେ ଭକ୍ତ । ୧୩ ତାରିଖରେ ଗରୁଡ ଦ୍ୱାଦଶୀରେ ବାଙ୍କଚୁଡା ବେଶ, ୧୪ ତାରିଖ ପଞ୍ଚକର ତୃତୀୟ ଦିନରେ ତ୍ରିବ୍ରିକ୍ରମ ବେଶ ଓ ୧୫ ତାରିଖ ରାସ ପୁର୍ଣ୍ଣିମାରେ ଦୁର୍ଲଭ ରାଜ ରାଜେଶ୍ୱର ବେଶ ଦର୍ଶନ କରିବେ ଭକ୍ତ । ତେଣୁ ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି । ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ୟ ମିଳିଥାଏ । ହବିଷ୍ୟାଳୀମାନେ କିଭଳି ଭାବେ ପଞ୍ଚକରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।












Leave a Reply