ଦଶମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନିତୀଶ କୁମାର ।

ଅକ୍ଷର ବ୍ୟୁରୋ: ଦଶମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନିତୀଶ କୁମାର । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହରେ ଶପଥ ନେଲେ ନିତୀଶ କୁମାର । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଠ ନେତା, ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ୧୦ମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନିତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ଭାବେ ପୁଣି ଦାୟିତ୍ୱ ସମ୍ଭାଳିବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ଉଭୟ ବିଜେପି ଓ ଜେଡିୟୁର ପୃଥକ ପୃଥକ ବିଧାୟକ ଦଳ ବୈଠକରେ ଏମାନଙ୍କ ନାଁରେ ମୋହର ବାଜିଛି । ସୂଚନାନୁଯାୟୀ ନିତୀଶ କୁମାରଙ୍କ ସହ ଆଉ ୨୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)