ଦିଲ୍ଲୀ ନିର୍ବାଚନରୁ ହାରିଲେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି। ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜ୍ରିୱାଲ ପରାଜିତ ହୋଇଛନ୍ତି। ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ, ଭାରତ ନଗର ଗଣନା କେନ୍ଦ୍ର ବାହାରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରିଛନ୍ତି। ପାଟପତଗଞ୍ଜ ଆସନରେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂହ ନେଗି ବିଜୟୀ ହୋଇଛନ୍ତି। ଜିତିବା ପରେ, ସେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି। ଏହି ଆସନରୁ ଆମ ଆଦମୀ ପାର୍ଟିର ଅବଧ ଓଝା ପରାସ୍ତ ହୋଇଛନ୍ତି। ଅବଧ ଓଝା କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ପରାଜୟ। ତେବି ଦିଲ୍ଲୀ କ୍ୟାଣ୍ଟରେ ଆମ ଆଦମୀ ପାର୍ଟି ଜିତିଛି। ବୀରେନ୍ଦ୍ର କାଦ୍ୟାନ୍ ବିଜେପି ପ୍ରାର୍ଥୀ ଭୁବନ କୁମାରଙ୍କୁ ୨୦୨୯ ଭୋଟରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ, ମନୀଷ ସିସୋଡିଆ ତାଙ୍କ ପରାଜୟକୁ ସ୍ୱୀକାର କରି ଗଣତି ସ୍ଥାନ ଛାଡି ଚାଲି ଯାଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)