ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ବଡ଼ ଝଟ୍କା, ୩ ମାସ ଜେଲ୍ ଦଣ୍ଡ କାଏମ କଲେ ଦିଲ୍ଲୀ ହାଇକୋର୍ଟ

ଅକ୍ଷର ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ରାଜପାଲ ଯାଦବ ପୁଣି ଆଇନଗତ ଅଡ଼ୁଆରେ ପଡ଼ିଛନ୍ତି। ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ବଡ଼ ଝଟ୍କା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତଳକୋର୍ଟ ପକ୍ଷରୁ ଦିଆଯାଇଥିବା ୩ ମାସର କାରାଦଣ୍ଡକୁ ହାଇକୋର୍ଟ ବଜାୟ ରଖିଛନ୍ତି। ସେହିସହ ଟଙ୍କା ଫେରସ୍ତ କରିବା ପାଇଁ ଅଧିକ ସମୟ ଦେବାକୁ କରାଯାଇଥିବା ତାଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ଏହାଫଳରେ ରାଜପାଲ ଯାଦବଙ୍କୁ ୩ ମାସ ଜେଲ୍ ଯିବାକୁ ପଡ଼ିବ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ଚେକ୍ ବାଉନ୍ସ ମାମଲାରେ ତାଙ୍କ ଆଇନଗତ ସମସ୍ୟା ଆହୁରି ଗଭୀର ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)