ନେପାଳରେ ଫସିଲେ ଓଡ଼ିଆ ଛାତ୍ରଛାତ୍ରୀ!

ଭୁବନେଶ୍ୱର: ନେପାଳରେ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ଯାଇ ଫସିଛନ୍ତି ଭୁବନେଶ୍ୱରର ଛାତ୍ରଛାତ୍ରୀ । ଭୁବନେଶ୍ୱରରୁ ନେପାଳର ପୋଖରାକୁ ଫୁଟବଲ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ଏକ ଦଳର ଛାତ୍ରଛାତ୍ରୀ ସେଠାରେ ଅଟକି ରହିଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ କୋଚ୍ ହାଲିମ୍ ମଧ୍ୟ ରହିଛନ୍ତି ।

ସୂଚନା ଅନୁସାରେ, ଏହି ଦଳରେ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭ ଜଣ ଅନ୍ୟ ବ୍ୟକ୍ତି ଅଛନ୍ତି । ଦଳରେ ପ୍ରେମାନନ୍ଦ ରାଉତ, ବିଶ୍ୱଜିତ ବାରିକ, ନୈତିଫ କୁମାର, ରିତେଶ କୁମାର, ସୁରନାମ ସୁର ଓ ପୀୟୁଷ କୁମାର ରହିଥିବା ଜଣାପଡ଼ିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବାବେଳେ, ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଉଛି । ଅନ୍ୟପଟେ କୋଚ୍ ହାଲିମ୍ ସରକାରଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି । ତେବେ ଛାତ୍ରଛାତ୍ରୀମାନେ ଯେଉଁ ପୋଖରା ଅଞ୍ଚଳରେ ଅଛନ୍ତି, ସେଠାରେ ବର୍ତ୍ତମାନ ବିଶେଷ ସମସ୍ୟା ନଥିବା କୋଚ୍ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଥିବା ନେଇ ଆଶ୍ୱସ୍ତ କରାଯାଇଛି । ତଥାପି ନେପାଳର ପରିସ୍ଥିତିକୁ ନଜରରେ ରଖି ପରିବାର ଲୋକଙ୍କ ଚିନ୍ତା ବଢ଼ିଛି । କେବେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିବେ, ସେନେଇ ଏବେ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial