କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ।

ଅକ୍ଷର ବ୍ୟୁରୋ: କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବାରୁ ଏପରି ନିର୍ଦ୍ଦେଶ ହୋଇଛି । ଯେଉଁ ଅଧିକାରୀଙ୍କର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ସେମାନେ ହେଲେ ଉପଜିଲ୍ଲାପାଳ ଆଠଗଡ଼, ଉପଜିଲ୍ଲାପାଳ ବାଙ୍କୀ, ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ପୋଲିସ ବିଭାଗ ସହ ପୂର୍ତ୍ତବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ, RWSS ବିଭାଗ ସହ ଜିଲ୍ଲାର ୯୧ଟି ବିଭାଗର ଅଧିକାରୀ ଓ କର୍ମଚାରୀ । ୭୯୦ ଜଣଙ୍କର ଅଭିଯୋଗକୁ ଜନ ଶୁଣାଣିରେ ଅଧିକାରୀମାନେ ସମାଧାନ କରି ନାହାନ୍ତି । ତେଣୁ ସେହି ସବୁ ଅଧିକାରୀ ମାନଙ୍କର ଚଳିତ ନଭେମ୍ବର ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ହୋଇଛି । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନାମା ପର୍ଯ୍ୟନ୍ତ ଏହିସବୁ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ସବ୍ ଟ୍ରେଜେରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସୋମବାର ଅଭିଯୋଗ ଶୁଣାଣି କରିଥିବା ବେଳେ କଟକ ଜିଲ୍ଲାର ସବୁଠୁ ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ସେଲ । ଯାହାକୁ ନେଇ କଠୋର ହୋଇଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)