ଅକ୍ଷର ବ୍ୟୁରୋ: ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗିଲେ ଶୁଭଙ୍କର । ଭୁଲ ସ୍ୱୀକାର କଲେ ଶୁଭଙ୍କର ମିଶ୍ରା । ବିବାଦୀୟ ବୟାନ ପରେ ସୋସିଆଲ ମିଡିଆ ୟୁଟ୍ୟୁବର ଶୁଭଙ୍କର ମାଗିଲେ କ୍ଷମା । ମହାପ୍ରଭୁଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । କହିଲେ,’ମୁଁ କହିଥିବା କଥା କଳ୍ପନା ନୁହେଁ କି ମନରୁ କହିନି । ବିଭିନ୍ନ ୱେବସାଇଟ୍ରେ ବହୁପୂର୍ବରୁ ଏହା କୁହାଯାଇଛି । ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି । ମୁଁ କୌଣସି ଗୁଜବ ପ୍ରଚାର କରିନି’। ଶୁଭଙ୍କର ମିଶ୍ରା ହେଉଛନ୍ତି ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ।
ଏକ ପଡକାଷ୍ଟରେ ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ । ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ । ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି । ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ । ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିବାଦୀୟ ବୟାନକୁ ନେଇ ଅଡୁଆ ବଢ଼ିଥିଲା । ସିଂହଦ୍ଵାର ଥାନାରେ ଏତାଲା ଦେଇଥିଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ ।












Leave a Reply