ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ହ୍ରାସ; ଶୀତରେ ଥରୁଛି ଶିମିଳିପାଳ ଓ ଝାରସୁଗୁଡା ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ହ୍ରାସ । ଶୀତରେ ଥରୁଛି ଶିମିଳିପାଳ । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶିମିଳିପାଳ ଉପର ବାରାହା କାମୁଡାରେ ସର୍ବନିମ୍ନ ତାପମାତ୍ରା ୩° ଡିଗ୍ରୀକୁ ଖସିଛି, ଚହଲାରେ ୬°ଡିଗ୍ରୀ, ବରେହିପାଣିରେ ୮°ଡିଗ୍ରୀ, ଗୁରୁଗୁଡିଆରେ ୯°ଡିଗ୍ରୀ, କିଆଝରିରେ ୧୩°ଡିଗ୍ରୀ, ରାମତୀର୍ଥରେ ୧୩° ଡିଗ୍ରୀ ଓ ସାତକୋଶିଆ ଠାରେ ସର୍ବନିମ୍ନ ୧୩°ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେପଟେ ଝାରସୁଗୁଡାରେ ମଧ୍ୟ ପ୍ରବଳ ଥଣ୍ଡା । ଶୀତରେ ଥରୁଛି ଝାରସୁଗୁଡା ଜିଲ୍ଲା । ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି । ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ କିଛିଦିନ ହେଲାଣି ଥରୁଛି ଝାରସୁଗୁଡା । ଫଳରେ ସକାଳ ୯ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି । ପୂର୍ବରୁ ଏତେ ମାତ୍ରାରେ ଥଣ୍ଡା ଅନୁଭୁତ ହୋଇନଥିବା ଲୋକେ କହିଛନ୍ତି । ଅନ୍ୟପଟେ ଆଜି ଭୋରରୁ ଘନ କୁହୁଡି ପଡିଥିବାରୁ ସକାଳ ୭ଟା ଯାଏଁ ଭିଜିବିଲିଟି କମ ରହିଥିଲା । କୁହୁଡି ଯୋଗୁଁ ରାସ୍ତାଘାଟ ଦେଖା ନ ଯିବାରୁ ଲୋକଙ୍କ ଜାତାୟାତରେ ସମସ୍ୟା ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)