୫୦୦ରୁ ଅଧିକ ବିମାନ ବାତିଲ ହେଲା ପରେ, ୧୨ ଘଣ୍ଟା ପରେ ଭୁବନେଶ୍ୱରରୁ ଉଡିଲା ଇଣ୍ଡିଗୋ ବିମାନ ।

ଅକ୍ଷର ବ୍ୟୁରୋ: ୧୨ ଘଣ୍ଟା ପରେ ଭୁବନେଶ୍ୱରରୁ ଉଡିଲା ଇଣ୍ଡିଗୋ ବିମାନ । ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଞ୍ଚିଥିଲା । ବିଳମ୍ବ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ବୁଝାସୁଝା ପାଇଁ ଯାଇଥିଲେ ଡିସିପି ଓ କମିସନର । ରନୱେରେ ଶୋଇପଡ଼ିବାକୁ ଧମକ ଦେଇଥିଲେ ଯାତ୍ରୀ । ସିକୁରିଟି ରୁମ୍‌ରେ ରାତି କଟାଇବା ପରେ ସକାଳୁ ସକାଳୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ବିମାନବନ୍ଦର କତୃପକ୍ଷ । ସେପଟେ ଦିଲ୍ଲୀରୁ ଆଜି ଇଣ୍ଡିଗୋର ସମସ୍ତ ଉଡ଼ାଣ ବାତିଲ ହୋଇଛି । ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲଗାତର ଚତୁର୍ଥ ଦିନରେ ଜାରି ରହିଛି ବିଭ୍ରାଟ । ଉଭୟ ଦେଶ ଓ ଦେଶ ବାହାରକୁ ଉଡିବାକୁ ଥିବା ଇଣ୍ଡିଗୋର ଗତକାଲି ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି । ଅନେକ ବିଳମ୍ବରେ ଚାଲିଥିବା ବେଳେ ଆଉ କିଛି ବିମାନ ବାରମ୍ବାର ରିସିଡ୍ୟୁଲ ହେଉଛି । ଫଳରେ ନିହାତି ଜରୁରୀ କାର୍ଯ୍ୟରେ ଯିବାକୁ ଥିବା ଲୋକେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସି ରହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)