ସିଜେରିଆନ ଡେଲିଭରିକୁ ନେଇ ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅକ୍ଷର ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି । ୫ ବର୍ଷରେ ରାଜ୍ୟରେ ମୋଟ୍‌ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି । ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରି ଏବଂ ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି । ସେହିପରି ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି ହୋଇଥିବା ବେଳେ ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରି ହୋଇଛି । ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)