ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି; ଷଷ୍ଠ ଥର ପାଇଁ ଇଣ୍ଟରନେଟ୍ କଟକଣା ବଢାଇଛି ପ୍ରଶାସନ ।

ଅକ୍ଷର ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି । ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଷଷ୍ଠ ଥର ପାଇଁ ଇଣ୍ଟରନେଟ୍ କଟକଣା ବଢାଇ ଦିଆଯାଇଛି । ଜିଲ୍ଲାରେ ଶାନ୍ତି ଫେରାଇଆଣିବା ଏବଂ କୌଣସି ପ୍ରକାରର ଗୁଜବ ସୋସିଆଲ ମିଡିଆରେ ପ୍ରସାର ନକରିବା ପାଇଁ ପ୍ରଶାସନର ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଇଣ୍ଟରନେଟ୍ କଟକଣା ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରରୁ ଲାଗିଥିବା BNSS ୧୬୩ ହଟାଇଛି ପ୍ରଶାସନ । ଏଥିସହ ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଅଞ୍ଚଳରେ ବିଦ୍ୟୁତ ସଂଯୋଗ ସହ ଜଳ ଯୋଗାଣ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ପୂର୍ବରୁ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଇଣ୍ଟରନେଟ୍ କଟକଣା ଲାଗୁ ହୋଇଥିବା ସମୟରେ ଏହାକୁ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)