ଅକ୍ଷର ବ୍ୟୁରୋ: ଆଜି ରତ୍ନଭଣ୍ଡାର ଗଣତିମଣତି ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ । ରତ୍ନଭଣ୍ଡାର ମରାମତି ଓ ଗଣତିମଣତି ପ୍ରସଙ୍ଗକୁ ନେଇ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ଣ ସାଢ଼େ ୪ଟାରେ ବସିବ । ବୈଠକରେ କମିଟି ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବେ । ବୈଠକରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ନେଇ ଚିଠା ମାର୍ଗଦର୍ଶିକା ନେଇ ଆଲୋଚନା ହେବ । ସଦସ୍ୟଙ୍କ ମତାମତକୁ ନେଇ ଚୂଡ଼ାନ୍ତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯିବ । ସରକାରଙ୍କ ଅନୁମତି ପରେ ଗଣତିମଣତି ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି । ରତ୍ନଭଣ୍ଡାର ମରାମତି କାମ ସରିଥିବାରୁ ଏବେ ରତ୍ନଅଳଙ୍କାର ଗଣତିମଣତି ଉପରେ ସମସ୍ତଙ୍କ ନଜର ରହିଛି । ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି କି ନାହିଁ ତାହା ଗତ ସରକାର ସମୟରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଜିତିଛି । ରତ୍ନଭଣ୍ଡାର ଚାବି ଚୋରଙ୍କୁ ଧରିବା ଓ ରତ୍ନଭଣ୍ଡାର ରତ୍ନ ଗଣତିମଣତି ହେବ ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିବାରୁ ନୂଆ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ଆଖି ରହିଛି ।
ଆଜି ରତ୍ନଭଣ୍ଡାର ଗଣତିମଣତି ନେଇ ଉଚ୍ଚସ୍ତରୀୟ କମିଟି ବୈଠକ; ଅପରାହ୍ନ ସାଢ଼େ ୪ଟାରେ ବସିବ ବୈଠକ ।












Leave a Reply