ଆଜି ମଧ୍ୟ ମେଡିକାଲ ସେବା ସଂଘ-ଓମ୍‌ସା ପକ୍ଷରୁ ୧ ଘଣ୍ଟା ପାଇଁ ଓପିଡି ବନ୍ଦ ଡାକରା ଦିଆଯାଇଛି ।

ଅକ୍ଷର ବ୍ୟୁରୋ: ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ସରକାରୀ ଡାକ୍ତରଖାନାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ଓଡ଼ିଶା ମେଡିକାଲ ସେବା ସଂଘ-ଓମ୍‌ସା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘଣ୍ଟିକିଆ ବନ୍ଦ ଡାକରା ଦିଆଯାଇଛି । ଗତକାଲି ସାରା ରାଜ୍ୟର ସରକାରୀ ମେଡିକାଲ ବନ୍ଦ ସଫଳ ହୋଇଥିବା ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘଣ୍ଟାଏ ବହର୍ବିଭାଗ -ଓପିଡି ବନ୍ଦ ପାଳନ ହେଉଛି । ଆଜି ମଧ୍ୟ ୧ ଘଣ୍ଟା ଓପିଡି ବନ୍ଦ ରହିଥିଲା । ଯାହା ଫଳରେ ରୋଗୀ ଘଣ୍ଟାଏ ଯାଏଁ ହନ୍ତସନ୍ତ ହୋଇଥିଲେ । କେବଳ ସୋନପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡାକ୍ତରମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ୧୦ଦଫା ଦାବି ନେଇ ଡାକ୍ତରମାନେ ଘଣ୍ଟାଏ ଓପିଡି ବନ୍ଦ କରି ପ୍ରତିବାଦ ଜଣାଉଛନ୍ତି । ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ଖାଲିଥିବା ଡାକ୍ତରୀ ପଦବି ପୂରଣ ଭଳି ଦାବି ନେଇ ଓମ୍‌ସା ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)