୨୦୨୬ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ହୋଇପାରେ ରତ୍ନଭଣ୍ଡାର ଗଣତି ମଣତି !

ଅକ୍ଷର ବ୍ୟୁରୋ: ୨୦୨୬ ରଥଯାତ୍ରା ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଶନିବାର ବସିଥିବା ପ୍ରାୟ ସାଢ଼େ ୪ ଘଣ୍ଟାର ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ ସହ କରାଯିବ ଗଣତମଣତି । ସେ ନେଇ ଗତକାଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ୱପୁର୍ଣ୍ଣ ବୈଠକରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ବିଧି ସବ୍‌କମିଟି ଗଣତି ମଣତି ପାଇଁ ଚିଠା ପ୍ରସ୍ତାବ କରିଥିଲେ । ସେହି ଚିଠା ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆସିବା ପରେ ହିଁ ରତ୍ନ ଭଣ୍ଡାର ଗଣତି ମଣତି ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)