ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ; ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ । କୋଲକାତାରେ ଦେଶ ବିଦେଶର ବଡ଼ ବଡ଼ ଉଦ୍ୟୋଗର ପ୍ରତିନିଧିମଣ୍ଡଳୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନେକ ନିବେଶକ ମାନଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ । ଯାହାଦ୍ବାରା ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିପାଇଁ ୨୭ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ଏହି ରୋଡ୍‌ ଶୋ’ରେ ୫୦୦ରୁ ଅଧିକ ଉଦ୍ୟୋଗପତି, ବ୍ୟବସାୟ ସଂଘ ଓ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲାବେଳେ ୪ଟି ସେକ୍ଟରାଲ ରାଉଣ୍ଡ୍‌ଟେବଲ ସହ ୧୩୦ଟି ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ ଓ ନିଯୁକ୍ତି ସୃଷ୍ଟି ନେଇ ୨୭ଟି ଏମ୍‌ଓୟୁ ହୋଇଛି । ଏବାବଦକୁ ମୋଟ ୮୧,୮୬୪ କୋଟି ଟଙ୍କାର ନିବେଶ ସହ ୬୩,୧୬୧ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି । ଏହା ବ୍ୟତୀତ ୧୯ଟି ନିବେଶ ପ୍ରସ୍ତାବ ମଳିଥିବାବେଳେ ମୋଟ ୧୮,୪୫୩ କୋଟି ଟଙ୍କାର ନିବେଶ ଓ ୨୭,୫୯୧ଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏହି ରୋଡ୍‌ ଶୋ’ରୁ ମୋଟ ୧ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ ସହ ୯୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)