ୟୁନିଟ୍‌-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ; ସ୍ଥିତି ଅନୁଧ୍ୟାନ କଲେ ବିଏମସି କମିଶନର ରଞ୍ଚଳ ରଣା ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ବିଳମ୍ବିତ ରାତିରେ ୟୁନିଟ୍‌-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ହାଟରେ ଥିବା ୫୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି । ହାଟରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା । ସେ କହିଛ ନ୍ତି ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି କିଛି ବ୍ୟବସାୟୀ । ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରି ଦେଇଛନ୍ତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି । ଏନେଇ ଡିଆରପି ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା । ଏଥିପାଇଁ ପ୍ରାୟ ୨୦କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)