ସୋସିଆଲ ମିଡ଼ିଆରେ ଧମକପୂର୍ଣ୍ଣ ପୋଷ୍ଟ ପରେ ପୁରୀରେ ସ୍ପେଶାଲ ଫୋର୍ସ କମାଣ୍ଡୋ ମୁତୟନ ।

ଅକ୍ଷର ବ୍ୟୁରୋ: ପୁରୀରେ ସ୍ପେଶାଲ ଫୋର୍ସ କମାଣ୍ଡୋ । ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ କରାଯାଇଛି । ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡୋ ପକ୍ଷରୁ ପଇଁତରା ମରାଯାଉଛି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ । ଶ୍ରୀମନ୍ଦିର ନିକଟ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ । ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍‌ ଆଇଡିରେ ଏଭଳି ଖୋଲା ଧମକ ଦିଆଯାଇଛି । ଏହି ଧମକ ପରେ ପୁରୀ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରାଯାଇଛି । ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟର ୟୁଆରଏଲ୍ ଲିଙ୍କ କୁ ଯାଞ୍ଚ କରାଯାଉଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସେପଟେ ଶ୍ରୀମନ୍ଦିରରେ ବୋମା ପକାଇବା ନେଇ ସୋସିଆଲ ମିଡିଆରେ ଧମକ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାଡ୍ ଦ୍ବାରା ତନତନ କରି ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ବତନ୍ତ୍ର କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ପାଇଁ ସୋସିଆଲ ମିଡିଆରେ ଧମକ ଆସିଥିବାରୁ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)