ଅକ୍ଷର ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ଭୋର ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆଉ କିଛି ମାଓବାଦୀ ଆହତ ହୋଇଥିବା ବେଳେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସରଣ୍ଡା ଜଙ୍ଗଲର ସମଠା ଓ କିରିବୁରୁ ମଝିରେ ମାଓବାଦୀଙ୍କ ଗତିବିଧି ଥିବା ସୂଚନା ମିଳିବା ପରେ ସିଆରପିଏଫ୍, କୋବ୍ରା ଓ ଜାଗୁଆର ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସମଠା ଓ କିରିବୁରୁ ମଝିରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ମୁକାବିଲା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଯବାନମାନେ ତଲାସୀ ଅଭିଯାନ ଚଳାଇବା ସମୟରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସରଣ୍ଡାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଯବାନଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ; ସରଣ୍ଡାରେ ସର୍ଚ୍ଚ ଅପରେସନ ଜାରି ।












Leave a Reply