ଫେବ୍ରୁଆରି ୩ ତାରିଖରେ ରାଷ୍ଟ୍ରପତିଙ୍କ ଯାଜପୁର ଜିଲ୍ଲା ଗସ୍ତ; ମା ବିରଜାଙ୍କ ଦର୍ଶନ କରିବା ସହିତ ନାଭିଗୟାରେ କରିବେ ପିଣ୍ଡଦାନ ।

ଅକ୍ଷର ବ୍ୟୁରୋ: ଯାଜପୁରରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁଲିସର ଚଢ଼ାଉ । ଆସନ୍ତା ଫେବ୍ରୁଆରି ୩ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯାଜପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ବିଶେଷକରି ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିବା ସହିତ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୂର୍ବରୁ ଯାଜପୁର ସହରରେ ସଫେଇ ଓ ପରିମଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ଛକ ବଜାରରେ ଖୋଲା ଯାଇଥିବା ଉଠାଦୋକାନୀ ମାନଙ୍କ ଦ୍ୱାରା ହେଉଥିବା ଅଳିଆକୁ ବନ୍ଦ କରିବା ସହିତ ସଫେଇକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ମଦ ଦୋକାନ ପାଖରେ ଖୋଲା ଯାଇଥିବା ଉଠା ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଥାନା ପୁଲିସ ସହରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏଭଳି ଦୋକାନୀ ମାନଙ୍କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଛି । କାରଣ ଏଭଳି ମଦ ଦୋକାନ ପାଖରେ ଖୋଲିଥିବା ବେଆଇନ ଦୋକାନ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିବା ଯାଜପୁର ପୁଲିସ ସୂଚନା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)