ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପରଲୋକ; ସ୍ୱତନ୍ତ୍ର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ।

ଅକ୍ଷର ବ୍ୟୁରୋ: ଜାତୀୟ ରାଜନୀତି ପାଇଁ ଏକ ବଡ ଦୁଃଖଦ ଖବର । ଆଉ ନାହାନ୍ତି ବରିଷ୍ଠ ରାଜନେତା ଅଜିତ୍ ପାୱାର । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏହା ରିପୋର୍ଟ କରିଛି । ଅଜିତ ପାୱାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ବୁଧବାର ସକାଳ ୮.୪୫ରେ ମହାରାଷ୍ଟ୍ରର ବାରାମତିରେ ଏହି ଦୁର୍ଘଟଣା ଘଟିଥିଲା । ବିମାନରେ ଥିବା ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଅଜିତ ପାୱାର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ବାରାମତି ଯାଉଥିବା ବେଳେ ବିମାନଟିରେ ନିଆଁ ଲାଗିଯାଇଥିଲା । ବିମାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା । ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି । ବିମାନରେ ମୋଟ ଛଅ ଜଣ ଥିଲେ । କମ୍ ଦୃଶ୍ୟମାନତା ଯୋଗୁଁ ଏହି ଘଟଣା ଘଟିଥିଲା । ଦୁର୍ଘଟଣାଟି ଭୟଙ୍କର ଥିଲା । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଗଲା । ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତି ପାଇଁ ବାହାରିଥିଲେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତିରେ ପ୍ରଚାର ରାଲି କରାଯାଉଥିଲା । ଅଜିତ ପାୱାରଙ୍କ ସହିତ ତାଙ୍କ ସୁରକ୍ଷା କର୍ମୀ ଏବଂ ସହାୟକମାନେ ବିମାନରେ ଥିଲେ । ଅଜିତ ପାୱାରଙ୍କ ଅନେକ କର୍ମୀ ଏବଂ ନିକଟତମ ସହଯୋଗୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)