ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅକ୍ଷର ବ୍ୟୁରୋ: ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ୱର ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏହା ପୂର୍ବରୁ ଯାଜପୁର ଯାଇ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ମାଆଙ୍କୁ ଦର୍ଶନ ସହିତ ନାଭିଗୟାରେ ପିଣ୍ଡଦାନ ମଧ୍ୟ କରିଛନ୍ତି । 

ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ମା’ ବିରଜାଙ୍କ ସ୍ୱତନ୍ତ୍ର ବେଶ ଓ ନୀତିକାନ୍ତି କରାଯାଇଛି । ବାଲେଶ୍ୱର କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଆଜି ରାତିରେ ପୁରୀ ଲୋକଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ସକାଳ ପ୍ରାୟ ୭ଟା ୪୦ରେ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ । ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)