ଅକ୍ଷର ବ୍ୟୁରୋ: ଜମି କିଣାବିକା ଠକେଇ କମିବା ନେଇ ନୂଆ ନିୟମ । ଏଣିକି ମାଲିକାନାରେ ଆସିବ ସ୍ୱଚ୍ଛତା । ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ କ୍ୟୁଆର କୋଡ୍ । ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ । ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ଆସିବ । ଜମି ପଟାରେ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ରହିବ । ପଟ୍ଟାରେ ଥିବା କ୍ୟୁଆର କୋର୍ଡରେ ସ୍କାନ କଲେ ସମ୍ପୂର୍ଣ୍ଣ ତଥ୍ୟ ବାହାରିବ । ଠକମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା କରିପାରିବେନି । ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ । ସେହିପରି ରାଜସ୍ଵ ମନ୍ତ୍ରୀ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଆନ୍ଧ୍ର ଖରାପ ରାଜ୍ୟ । ବଜେଟ୍ ପାଇଁ ପଇସା ନାହିଁ । ନିଜ ରାଜ୍ୟର ବିକାଶ ଛାଡ଼ି ଓଡ଼ିଶାର ଖଣ୍ଡେ ଦୁଇଟା ଗାଁ ପାଇଁ ଲାଗିବା ଉଦ୍ଦେଶ୍ୟ କଣ ? ଅନ୍ୟ ରାଜ୍ୟର ସୀମା ଭିତରେ ପଶିବାର ଉଦ୍ଦେଶ୍ୟ କଣ ? ଏବେ ଆଗ ଭଳି ବିନା ବାଧାରେ ପଶି ଆସିବା ବନ୍ଦ ହୋଇଛି ।
ଜମି ପଟ୍ଟାରେ ରହିବ କ୍ୟୁଆର କୋଡ୍; ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ ।












Leave a Reply