ପୁଣି ବଢିଲା ସୁନା ଦର, ଗ୍ରାହକଙ୍କ ମୁଣ୍ଡରେ ଚଡକ

ଅକ୍ଷର ବ୍ୟୁରୋ: ଗ୍ରାହକଙ୍କ ପାଇଁ ମୁଣ୍ଡରେ ଚଡକ । ପୁଣି ବଢିଲା ସୁନା ଦର । ଦୁଇ ଦିନ ଦର ହ୍ରାସ ପାଇବା ପରେ ଆଜି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୭୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୭ହଜାର ୯୦୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୫ହଜାର ୯୩୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ୧୮ଶହ ଟଙ୍କା ବୃଦ୍ଧି ପାଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୪ହଜାର ୭୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୨ହଜାର ୯୫୦ଟଙ୍କା ରହିଥିଲା । ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୫ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୮୦ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)