ମହାଶିବରାତ୍ରିରେ ଉପବାସରେ କପିଳାସର ଶ୍ରୀଚନ୍ଦ୍ରଶେଖର ଜୀଉ; ଧାରଣାରେ ବସିଛନ୍ତି ସେବାୟତ ଓ ଛତିଶା ନିଯୋଗ ।

ଅକ୍ଷର ବ୍ୟୁରୋ: ମହାଶିବରାତ୍ରିରେ ଉପବାସରେ ଶ୍ରୀଚନ୍ଦ୍ରଶେଖର ଜୀଉ। ଉପବାସରେ ଢେଙ୍କାନାଳ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଦେବ। ଠାକୁରଙ୍କ ସମସ୍ତ ନିତି ବନ୍ଦ କରି ଧାରଣାରେ ବସିଛନ୍ତି ସେବାୟତ ଓ ଛତିଶା ନିଯୋଗ। ସକାଳ ଧୁପରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପାଇଁ ଯେଉଁ ଚକା ପିଠା ବାହାରେ ସେଥିପାଇଁ ବିରି ବଟା ଯାଇ ପାରିନାହିଁ। ତା ସହିତ ଦେଓଗାଁ ସର ଘରୁ ନାଗାଭରଣ ବେଶ ପାଇଁ ସୁବର୍ଣ୍ଣ ପଞ୍ଚ ବକ୍ର ବାହାରି ମନ୍ଦିରକୁ ଯିବା କଥା ତାହା ମଧ୍ୟ ଯାଇ ପାରିନାହିଁ। ଫଳରେ ଠାକୁରଙ୍କ ନାଗାଭରଣ ବେଶ ହୋଇ ପାରିନାହିଁ। କପିଳାସ ଶୈବ ପୀଠର ବାରବାଙ୍କ ନିକଟରେ ପୋଲିସର ମାତ୍ରାଧିକ ଆକ୍ସନ ଓ ମନମାନିକୁ ନେଇ ତାତିଛନ୍ତି ସେବାୟତ। 

ମୁଖ୍ୟ ସେବାୟତ ଓ ଛତିଶା ନିଯୋଗକୁ ପର୍ବତ ଶିଖରରେ ବିରାଜମାନ ମହାପ୍ରଭୁଙ୍କ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ। ବାଧ୍ୟ ହୋଇ ପୁଜା ନିତିକାନ୍ତି ବନ୍ଦ କରିଦେଇଛନ୍ତି ସେବାୟତ। ନିତି ବନ୍ଦ କରି କପିଳାସ ପାଦ ଦେଶରେ ଜଗନ୍ନାଥ ମନ୍ଦିରରେ ଧାରଣାରେ ବସିଛନ୍ତି ସେବାୟତ। ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଛଡ଼ା ଯାଉନି ମନ୍ଦିର ଯିବାକୁ। ସଦର ପୋଲିସ ଏସଡିପିଓ ଓ ଦେବୋତ୍ତର ଇନ୍ସପେକ୍ଟର ପହଞ୍ଚି ସେବାୟତ ଓ ଛତିଶା ନିଯୋଗଙ୍କୁ ବୁଝାସୁଝା କରୁଛି। ଗତ ବର୍ଷ ମଧ୍ୟ ଏଭଳି ଅବ୍ୟବସ୍ଥା ଉପୁଜିଥିଲା। ବାରମ୍ବାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସେବାୟତ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)