ଅକ୍ଷର ବ୍ୟୁରୋ: ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆମର ହସ୍ତଗତ ହୋଇଛି । ୧୪ ପୃଷ୍ଠାର ଏକ ବିସ୍ତୃତ ଏସଓପି ଆମର ହସ୍ତଗତ ହୋଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ । ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ । ଆଜିଠୁ ନୀଳାଦ୍ରି ବିଜେ ମଧ୍ୟରେ ଆମ ପାଖରେ ୧୩୫ ଦିନ ରହିଛି । ମାତ୍ର ଏହି ୧୩୫ ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇ ପାରିବନି । ନୀଳାଦ୍ରିବିଜେ ଭିତରେ ଗଣତି ମଣତି ପାଇଁ ଆମକୁ କେବଳ ୨୪ ଦିନ ମିଳିବ । ଗଣତି ମଣତିରେ ଏସବିଆଇ ପ୍ୟାନେଲଭୁକ୍ତ ୬ ବଣିଆଙ୍କୁ ସାମିଲ କରାଯିବ । ଜଣେ ଜେମୋଲୋଜିଷ୍ଟ ଓ ଆରବିଆଇର ୨ ଜଣ ଅଧିକାରୀ ମଧ୍ୟ ରହିବେ ।
ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା:












Leave a Reply