ଅକ୍ଷର ବ୍ୟୁରୋ: ଖଣି ଉପ-ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତି ବିରୋଧରେ ଆମ ସରକାରରେ ଶୂନ୍ୟ ସହନଶୀଳତା ନୀତି ରହିଆସିଛି । ଯିଏ ଦୁର୍ନୀତି କରିବେ ସେ ଅସୁବିଧାରେ ପଡିବେ । ସେଇ ଆଧାରରେ ସରକାର ଆଗେଇ ଚାଲିଛନ୍ତି । ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର ହେଉ, କରପ୍ଟ ପ୍ରାକ୍ଟିସ ବନ୍ଦ ହେଉ । ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି ଆଇନ ମନ୍ତ୍ରୀ ।
ସୂଚନା ଥାଉକି, ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଛି ବାବୁଙ୍କ ଘରୁ । ଜଣେ ଖଣି ଅଧିକାରୀଙ୍କର ଅମାପ ସମ୍ପତ୍ତି ତଥା ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।












Leave a Reply