ଭାରତର ୫୯% ରୁ ଅଧିକ ଭୂମି ବିପଦରେ

ଅକ୍ଷର ବ୍ୟୁରୋ : ଦିଲ୍ଲୀ ସମେତ ବିହାରରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୫ଟା ୩୬ରେ ଦିଲ୍ଲୀ NCR ଅଞ୍ଚଳରେ ଭୂକଂପ ଝଟ୍‌କା ଅନୁଭବ କରିଥିଲେ ଲୋକେ। ଦିଲ୍ଲୀରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଏହାର ୫ କିଲୋମିଟର ବ୍ୟବଧାନ ଭିତରେ ରହିଥିଲା।

ଦିଲ୍ଲୀ ପରେ ବିହାରରେ ଭୂକମ୍ପ ହୋଇଥିଲା। ବିହାରର ସିଓ୍ବାନ ଜିଲା ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ଏଠାରେ ରିକ୍ଟର ସ୍କେଲରେ ତିବ୍ରତା ୪.୦ ରହିଥିଲା। ଲୋକମାନେ ଭୟରେ ଘର ଛାଡି ବାହାରକୁ ଚାଲି ଆସିଥିଲେ।

କାହିଁକି ହୁଏ ଭୂମିକମ୍ପ ?

ଭୂମିକମ୍ପ ହେଉଛି ଏକ ପ୍ରାକୃତିକ ଦୁର୍ବିପାକ। ଭୂଗର୍ଭରେ ଥିବା ଶୀଳା ଖଣ୍ଡ ଖସିବା ଯୋଗୁ ଏଭଳି ହୋଇଥାଏ। ଏହା ପୃଥିବୀର ଯେକୌଣସି ସ୍ଥାନରେ ହୋଇପାରେ। ପୃଥିବୀର ପୃଷ୍ଠ ଅନେକ ଟେକ୍ଟୋନିକ୍ ପ୍ଲେଟରେ ବିଭକ୍ତ ହୋଇଛି।

ଯଦି କୌଣସି କାରଣ ପାଇଁ ପ୍ଲେଟ୍ ଗୁଡିକ ପରସ୍ପର ସହିତ ଧକ୍କା ହୁଅନ୍ତି, ପ୍ଲେଟ୍‌ ଗୁଡିକ ତଳ ଉପର ହୁଅନ୍ତି। ଭାରି ପ୍ଲେଟ ତକୁ ଖସିବାରୁ ଏହା ଭୂଗର୍ଭର ଗଭୀରକୁ ଚାଲିଯାଏ, ସେହି ସମୟରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଚାରି ଆଡକୁ ବ୍ୟାପି ଯାଏ। ଯାହାଫଳରେ ଭୂମି ଥରି ଉଠେ ଏବଂ ଫାଟ ସୃଷ୍ଟି ହୁଏ।

ଯେଉଁଠାରୁ ଏହା ଉତ୍ପନ୍ନ ହୋଇଥାଏ ତାକୁ ଭୂମିକମ୍ପ କେନ୍ଦ୍ର କୁହାଯାଏ। ଭୂସ୍ଖଳନ, ଖଣିରେ ବିସ୍ଫୋରଣ, ପରମାଣୁ ପରୀକ୍ଷଣ ଯୋଗୁ ଭୂକଂପର ସମ୍ଭାବନା ଅଧିକ ହୁଏ। ଭାରତରେ ପ୍ରାୟ ୫୯% ରୁ ଅଧିକ ଭୂମି ମଧ୍ୟମରୁ ଗୁରୁତର ବିପଦ ସଂକେତରେ ରହିଛି। ବିଶେଷ କରି ଦିଲ୍ଲୀର ମାଟି ବାଲିଆ ପଟୁ ଥିବାରୁ କମ୍ପନ ଅଧିକ ହୁଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)