ଅକ୍ଷର ବ୍ୟୁରୋ: ଦେଶରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ । ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ । ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି । ସାରା ଦେଶରେ ଲାଗୁ ହୋଇଛି ଏହି ବର୍ଦ୍ଧିତ ଦର । ଦିଲ୍ଲୀରେ ୧୪,୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ, ଘରୋଇ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି । ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା ।
ଚେନ୍ନାଇରେ ଏହା ୮୬୮ ଟଙ୍କା ୫୦ ପଇସାରୁ ୯୨୮ ଟଙ୍କା ୫୦ ପଇସା ହୋଇଛି। ସଂଶୋଧିତ ଦର ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଦିଲ୍ଲୀରେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୬୮ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କା ହୋଇଛି । ମୁମ୍ବାଇରେ ୧୭୨୦ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୩୫ ଟଙ୍କା ହୋଇଛି । ସେହିପରି କୋଲକାତାରେ ୧୮୭୫ ଟଙ୍କା ୫୦ ପଇସାର ବୃଦ୍ଧି ପାଇ ୧୯୯୦ ଟଙ୍କା ହୋଇଛି। ଚେନ୍ନାଇରେ ଏହା ୧୯୨୯ ଟଙ୍କାରୁ ବୃଦ୍ଧି ପାଇ ୨୦୪୩ ଟଙ୍କା ୫୦ ପଇସା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ବର୍ଷ ୨୦୨୫ ଏପ୍ରିଲରୁ ଅପରିବର୍ତ୍ତିତ ଥିଲା ।












Leave a Reply