ମହାନଦୀ ଜଳ ବିବାଦ ପ୍ରସଙ୍ଗ; କେଲୋ ଡ୍ୟାମ୍ ଓ କଲମା ବ୍ୟାରେଜ୍ ର ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।

ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଓ ସଦସ୍ୟମାନେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଜଳ ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିଛନ୍ତି । ଆଜି ସେମାନେ କେଲୋ ଡ୍ୟାମ୍ ଓ କଲମା ବ୍ୟାରେଜ୍ ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।ଏହି ପରିଦର୍ଶନକୁ ମହାନଦୀ ଜଳ ବଣ୍ଟନ ବିବାଦରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦେଖାଯାଉଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷା ପୂର୍ବତନ ସୁପ୍ରିମକୋର୍ଟ ଜଷ୍ଟିସ ବେଲା ଏମ୍. ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡ. ରବି ରଞ୍ଜନ ଓ ଜଷ୍ଟିସ୍ ଇନ୍ଦରମିତ କୌର କୋଚର ସହ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି ।

ଛତିଶଗଡ଼ରେ ରାୟଗଡ଼ ଓ ଶକ୍ତି ଜିଲ୍ଲାର ବିଭିନ୍ନ ଡ୍ୟାମ୍ ଓ ବ୍ୟାରେଜ୍ ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ନିର୍ମିତ ବ୍ୟାରେଜ୍ ଓ ଡ୍ୟାମ୍ । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ପାଣିର ପ୍ରବାହ କମିଯାଉଛି । ବିଶେଷକରି ଅଣ-ମୌସୁମୀ ସମୟରେ ଜଳ ପ୍ରବାହ ଅତ୍ୟନ୍ତ କମ୍ ହେଉଥିବାରୁ ଓଡ଼ିଶାର କୃଷି, ପାନୀୟଜଳ ଓ ଶିଳ୍ପପ୍ରକଳ୍ପରେ ପ୍ରଭାବ ପଡ଼ୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)